ଭିଡ଼ିଓ : ରେଙ୍ଗାଲି ଶ୍ୟାମ ଡି ଆର ଆଇ କାରଖାନା ରେ ଦୁର୍ଘଟଣା ଜଣେ ଶ୍ରମିକ ମୃତ , କମ୍ପାନୀ ରେ ଶ୍ରମିକ ଅଶାନ୍ତି

ଓଡିଶା : ସମ୍ବଲପୁର : ରେଙ୍ଗାଲି : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ସ୍ତିତ ଶ୍ୟାମ ଡି ଆର ଆଇ କାରଖାନା ରେ ଦୁର୍ଘଟଣା ଘଟି ଜଣେ ଶ୍ରିମକର ମୃତ୍ୟୁ ଘଟିଛି I ମୃତ ଶ୍ରମିକ ଜଣକ ହେଲେ ବିହାର ରାଜ୍ୟ ର ଗୁଡ୍ଡୁ କୁମାର ସାହାଣୀ ( ୨୨ ) I ଗତ ବିଳମ୍ବିତ ରାତି ମୃତ ଶ୍ରମିକ ଜଣକ କରାକନା ର ୬.M .୬ – ୨ ,ବ୍ଲାଷ୍ଟ ଫର୍ନେସ ଉପରୁ ଖସି ପଡିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ବଡଡାକ୍ତରଖାନା କୁ ନିଆଯାଉଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା I ତେବେ କମ୍ପାନୀ ରେ ନିରାପତ୍ତା ଏବଂ ସୁରକ୍ଷା ବ୍ୟବସ୍ଥା ଭଲ ନ ଥିବାରୁ ବାରମ୍ବାର ଶ୍ରିମକମନେ ସମ୍ମୁଖୀନ ହେଉଛନ୍ତି ବୋଲି ଶ୍ରମିକ ମାନେ ଅଭିଯୋଗ ଆଣିଛନ୍ତି I ତେବେ ମୃତକ ଶ୍ରମିକଙ୍କ ପରିବାର କୁ କ୍ଷତିପୂରଣ ଦାବି କରି ଅନ୍ୟ ଶ୍ରମିକ ମାନେ କମ୍ପାନୀ ମୁଖ୍ୟ ଫାଟକ ସାମ୍ନା ରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି I  ତେବେ ସୂଚନା ଅନୁଯାୟୀ କମ୍ପାନୀ କ୍ଷତିପୂରଣ ବାବଦକୁ ୧୨ ଲକ୍ଷ ଟଙ୍କା ମୃତ ଶ୍ରମିକଙ୍କ ପରିବାର ଲୋକଙ୍କୁ ଦେବ ବୋଲି ପ୍ରତିଶ୍ରୁତି ଦିଆଯାଇଛି I ହେଲେ ଶ୍ୟାମ ଡି ଆର ଆଇ ର ଦୁର୍ଘଟଣାର ଫର୍ଦ ଲମ୍ବା ରହିଛି I ସୁରକ୍ଷା ଏବଂ ନିରାପତ୍ତା ବାବଦକୁ କମ୍ପାନୀ ଉପରେ ସବୁବେଳେ ପ୍ରଶ୍ନବାଚୀ ସୃଷ୍ଟି ହେଇ ଥାଏ କାରଣ ଛ ମାସ ପୂର୍ବେ କମ୍ପାନୀ ଗୋଟେ ବିସ୍ପୋରଣ ହେଇ ଥିଲା ଏବଂ ସେଇ ବିସ୍ଫୋରଣ ରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା I 

Leave a Reply

Your email address will not be published. Required fields are marked *

Web Design BangladeshBangladesh Online Market