କାର ଭିତରେ ଜୀବନ୍ତ ଦଗ୍ଧ ହୋଇ ଗଲେ ଠିକାଦାର ପ୍ରମୋଦ ଅଗ୍ରୱାଲ

ଓଡିଶା :ଝାରସୁଗୁଡା : ବେଲପାହାଡ – ଝାରସୁଗୁଡା ଜିଲ୍ଲା ବେଲପାହାଡ ଥାନା ଅନ୍ତର୍ଗତ କଟୁଜୋର ଗାଁ ରେ ଏକ ହ୍ୟୁଣ୍ଡାଇ i 10 କାର ଦୁର୍ଘଟଣା ପରେ ସମ୍ପୂର୍ଣ ଭାବେ ଜଳିଯାଇଛି I କାର ଟିକୁ ଚଳାଉଥିବା ପ୍ରମୋଦ ଅଗ୍ରୱାଲ ( ୫୫ ) କାର ଭିତରୁ ବାହାରି ନ ପରି ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି I ବୁଧବାର ଦିନ ସନ୍ଧ୍ୟା ୭.୩୦ ଘଣ୍ଟା ସମୟରେ I କୌଣସି କାମରେ ମୃତକ ପ୍ରମୋଦ ଯାଉଥିଲେ ତେବେ ରାସ୍ତା ରେ ପଡିଥିବା ଗୋଟିଏ ପଥରରେ କାର ଟି ଘଷି ହୋଇ ନିଆଁ ଲାଗି ଥିବା ସନ୍ଦେହ କରା ଯାଉଛି I ତେବେ ଘଟଣାଟି ପ୍ରଚାରିତ ହେଲା ପରେ ବେଲପାହାଡ ଅଂଚଳ ରେ ଶୋକ ଖେଳି ଯାଇ ଥିଲା I ଘଟଣା ସ୍ଥଳରେ ବ୍ରଜରାଜନଗର SDPO ଏବଂ ବେଲପାହାଡ ଥାନା ଅଧିକାରୀ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି I 

Leave a Reply

Your email address will not be published. Required fields are marked *

Web Design BangladeshBangladesh Online Market